Odia News Portal

ଡାଇରିଆରେ ୫୦ରୁ ଅଧିକ ଆକ୍ରାନ୍ତ

କଳାହାଣ୍ଡି: ଜୁନାଗଡ ବ୍ଲକ୍ ବଳଦିଆମାଲ ଗାଁରେ ଡାଇରିଆ ଆତଙ୍କ । ଗାଁରେ ୫୦ରୁ ଅଧିକ ଲୋକ ଡାଇରିଆରେ ଆକ୍ରାନ୍ତ ଥିବାବେଳେ ୧୫ରୁ ଅଧିକ ଲୋକଙ୍କୁ ଜୁନାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭବନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ଦେଖି ଗାଁରେ ସ୍ବାସ୍ଥ୍ୟ ବିଭାଗର ୩ଟି ଟିମ୍ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି । ଦୂଷିତ ପାନୀୟ ଜଳ ଡାଇରିଆ ବ୍ୟାପିବାର କାରଣ ବୋଲି ଡାକ୍ତରଙ୍କ ସୂଚନା ପରେ ଗାଁରେ ସଚେତନେତା କାର୍ଯ୍ୟକ୍ରମ ମଧ୍ୟ ଚାଲଛି ।