ଭୁବନେଶ୍ବର: ରିଲିଜ ହେଲା ନିମକି, ନିମପୁରରୁ ନବୀନ ନିବାସ ସିନେମାର ଟ୍ରେଲର। ପୂର୍ବରୁ ଏହାର ପୋଷ୍ଟର ରିଲିଜ୍ ହୋଇଥିଲା। ନାରୀ କୈନ୍ଦ୍ରିକ ସିନେମା ଉପରେ ଆଧାରିତ ଏହି ସିନେମାର ଲିଡ୍ ରୋଲରେ ଅଛନ୍ତି, ବର୍ଷା ପ୍ରିୟଦର୍ଶିନୀ।
ପ୍ରାୟ ବର୍ଷେ ବ୍ୟବଧାନ ପରେ ବଡ଼ ପରଦାରେ ପୁଣି ନଜର ଆସିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ଏଥର ଭିନ୍ନ ଏକ ଭୂମିକା, ଭିନ୍ନ ଏକ ଚରିତ୍ର। ସିନେମା ନିମକି ନିମପୁରରୁ ନବୀନ ନିବାସ। ସିନେମାର ଲେଖକ ଓ ନିର୍ଦ୍ଦେଶକ ସୁଶାନ୍ତ ମଣି। ଗାଁରୁ ଗୋଟିଏ ଝିଅର ରାଜଧାନୀ ପର୍ୟ୍ୟନ୍ତ ଯାତ୍ରାର କାହାଣୀ ରହିଛି ଏହି ସିନେମାରେ। ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ଡାଇଲଗ ଲେଖିଛନ୍ତି ଦିଲ୍ଲୀପ ଚୌଧୁରୀ। ନିମକି, ନିମପୁରରୁ ନବୀନ ନିବାସ, ଏହି ନାଁ ଟି ହିଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଓ କୌତୁହଳ ସୃଷ୍ଟି କରୁଛି। ଟ୍ରେଲରେ ମଧ୍ୟ ରହିଛି ନବୀନଙ୍କ ଝଲକ। ସିନେମାର ଟ୍ରେଲର ଦେଖି ଜଣା ପଡୁଛି, ଏହା ନାରୀ କୈନ୍ଦ୍ରୀକ ସିନେମା। ପୂର୍ବରୁ ବର୍ଷା ମଧ୍ୟ କହି ସାରିଛନ୍ତି, ନାରୀ ସ୍ୱପ୍ନ ଓ ସ୍ୱପ୍ନକୁ ସାକାର କରିବା ପାଇଁ ଜଣେ ନାରୀ କିପରି ସଂଘର୍ଷ କରୁଛି, ତାହା ସିନେମାରେ ଦର୍ଶାଯାଇଛି। ନିମକି, ନିମପୁରରୁ ନବୀନ ନିବାସ। ବର୍ତ୍ତମାନ ନିର୍ବାଚନୀ ବର୍ଷ ହୋଇଥିବାରୁ ଏପରି ନାଁଟି ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଓଲିଉଡ୍ ନୁହଁ, ନିର୍ବାଚନୀ ବର୍ଷରେ ବଲିଉଡ୍ର କିଛି ସିନେମା ରାଜନୈତିକ ପାରଦକୁ ଉପରକୁ ଉଠାଇ ଦେଇଛି। ଆଗକୁ ରିଲିଜ ହେବ ମନମୋନ ସିଂହଙ୍କ ଉପରେ ଆଧାରିତ ଦ ଏକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର ଓ ବାଲ୍ ଥାକରେଙ୍କ ଉପରେ ଆଧାରିତ ସିନେମା ଥାକରେ। ପ୍ରଧାନମନ୍ତ୍ରୀ ମୋଦି ଜୀବନୀ ଉପରେ ଆଧାରିତ ସିନେମାର ନିର୍ମାଣ କାମ ଚାଲିଛି।
Sign in
Sign in
Recover your password.
A password will be e-mailed to you.
