Odia News Portal

ସଫଳତା ଓ ଘାତ ପ୍ରତିଘାତର ୧୦ବର୍ଷ: କମିଶନରେଟ୍‌ ପୋଲିସ ଏକାଦଶ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: କମିଶନରେଟ୍‌ ପୋଲିସ ଆଜି ପାଳନ କରୁଛି ୧୧ତମ ପ୍ରତିଷ୍ଠା ଦିବସ। ଭୁବନେଶ୍ୱର ସପ୍ତମ ବାୟାଲିୟନ୍‌ ଠାରେ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୋଲିସ ଜିଡି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗ ଦେଇଛନ୍ତି। ଏହି ୧୦ ବର୍ଷ ଭିତରେ ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛି । ଅନେକ ସଫଳତା ମଧ୍ୟ ହାସଲ କରିଛି। ଅପରାଧ ନିୟନ୍ତ୍ରଣ ପ୍ରାଥମିକତା ବୋଲି କହିଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ତଦନ୍ତ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଆଗମୀ ସାଧାରଣ ନିର୍ବାଚନ ଏକ ଆହ୍ଵାନ ହେବ ବୋଲି ପୋଲିସ ଡିଜି କହିଛନ୍ତି। ଭୁବନେଶ୍ୱର ୨ଟି ଅର୍ବାନ ଡିଷ୍ଟ୍ରିକ୍ଟ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ପ୍ରସ୍ତାବ ପଠାଯାଇବାକୁ ପୋଲିସ ଡିଜି ପରାମର୍ଶ ଦେଇଛନ୍ତି। ଉଲ୍ଲେଖନୀୟ କାର‌୍ୟ୍ୟ ପାଇଁ ୧୯ଜଣ ପୋଲିସ କର୍ମଚାରୀ ଓ ୨ଜଣ ସ୍ୱେଛାକୃତ ରକ୍ତଦାତାଙ୍କୁ ପୁରସ୍କୃତ କରାଯାଇଛି। ।