Odia News Portal

ବରାଦୋରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ବରାଦୋ ଗ୍ରାମପଞ୍ଚାୟତ ର ପିଠା କାର୍ଯ୍ୟକ୍ରମକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନିଶ୍ଚିତକୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା , ସମ୍ମାନିତ ଅତିଥି ଭାବେ ବିଜୁ ଯୁବ ଜନତା ଦଳ ର ପ୍ରାକ୍ତନ ସଭାପତି ଅଶୋକ କୁମାର ଓଝା ଯୋଗଦେଇଥିଲେ ।ଏହି ସଭାରେ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ନୃସିଂହ ଚରଣ ବିଶ୍ବାଳ ସଭାପତି ଭାବେ ମଞ୍ଚ ପରିଚାଳନା କରିଥିଲେ ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ୨୪ ନଂ ଜୋନ ର ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ସବିତା ସାମଲ ପ୍ରମୁଖ ଯୋଗଦେଇ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବେ ଅର୍ନ୍ତଭୂକ୍ତ ହୋଇଥିବା ହିତାଧିକାରୀଙ୍କୁ ରାଷନ୍ କାର୍ଡ ବଣ୍ଟନ ଓ ବାର୍ଦ୍ଧକ୍ୟ,ବିଧବା ଓ ଭିନ୍ନକ୍ଷମ ଭତ୍ତା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଆମ ଘରେ ଏଲିଡି ଯୋଜନାରେ ସମସ୍ତ ରାଷନ କାର୍ଡଧାରି ଙ୍କୁ ୪ ଗୋଟି ଏଲିଡି ବଲ୍ ପ୍ରଦାନ କରାଯାଇଛି।