Odia News Portal

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ

ଜଗତସିଂହପୁର: ଗଡ଼ କୁଜଙ୍ଗ ପଂଚାୟତ ନୂଆଗାଁ ସେବା ସମବାୟ ସମିତିର ସଦସ୍ୟଙ୍କ ନାମରେ ଋଣ ଟଙ୍କା ହଡ଼ପ ଓ ଅନିୟମିତତା ପ୍ରତିବାଦରେ ସମିତିର ସଦସ୍ୟ ମାନଙ୍କ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରାଯାଇଛି । ସମବାୟ ସମିତିର ସମ୍ପାଦକ ସଦସ୍ୟ ମାନଙ୍କର ଜାଲ ଦସ୍ତଖତ କରି ସେମାନଙ୍କ ନାମରେ ଋଣ ଟଙ୍କା ଉଠାଇ ନେଇଥିବାର ଅଭିଯୋଗ ହୋଇ ଆସୁଛି । ଏହି ବାବଦରେ ସଦସ୍ୟମାନେ ଦୀର୍ଘ ୩ ମାସ ହେଲା ପ୍ରଶାସନକୁ ଅବଗତ କରାଇ ଆସୁଥିବା ସହ ସମ୍ପୃକ୍ତ ଅଭିଯୁକ୍ତ ବିରୁଦ୍ଧରେ ସ୍ଥାନୀୟ ଅଭୟଚାନ୍ଦପୁର ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି । ହେଲେ କେହି ଏଥି ପ୍ରତି କୌଣସି ଦୃଷ୍ଟି ନଦେବାରୁ ହିତାଧିକାରୀମାନେ ବାଧ୍ୟ ହୋଇ ଅନଶନ କରିଥିବାର କହିଛନ୍ତି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।