Odia News Portal

ପ୍ରିୟଙ୍କା ଗାନ୍ଧୀଙ୍କୁ ସନ୍ନି ଲିଓନିଙ୍କ ସହିତ ତୁଳନା କରି ଫସିଲେ ଏହି ଅଭିନେତ୍ରୀ

ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ଭାବେ ରାଜନୀତିକୁ ଆସିବେ ବୋଲି ଘୋଷଣା ହୋଇସାରିଛି। କଂଗ୍ରେସ ପାର୍ଟି, ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କୁ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ ଦେଇଛି। ଏହି ଘୋଷଣା ପରେ ସାରା ଦେଶରେ କଂଗ୍ରେସର ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଏଥିସହିତ ସୋଶାଲ ମିଡିଆରେ ମଧ୍ୟ ଏହାକୁ ନେଇ ତର୍କବିତର୍କ ଆରମ୍ଭ ହୋଇଛି। ଏହି କ୍ରମରେ ଅଭିନେତ୍ରୀ ପାୟଲ୍ ରୋହତୋଗୀ ପ୍ରିୟଙ୍କାଙ୍କ ବିଷୟରେ ସୋଶାଲ ମିଡିଆରେ ଯାହା ଲେଖିଛନ୍ତି, ତାହାକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି।
ପାୟଲ୍ ଲେଖିଛନ୍ତି- “ସନ୍ନି ଲିଓନି ଓ ପ୍ରିୟଙ୍କା ଗାନ୍ଧୀ ଏକସଙ୍ଗରେ ନିର୍ବାଚନ ଲଢ଼ିବା ଉଚିତ୍। କାରଣ, ସନ୍ନି ବକ୍ସଅଫିସ୍ରେ ‘ବେଡ୍ରୁମ୍ ଷ୍ଟୋରୀ’ ପାଇଁ ଲୋକପ୍ରିୟ। ପ୍ରିୟଙ୍କା ଓ ସନ୍ନି ଦୁହେଁ ମିଶି ତାଙ୍କ ସ୍ୱାମୀଙ୍କର ପ୍ରମୋସନ୍ କରିବେ। ଗୋଟିଏପଟେ ରବର୍ଟ ଭଦ୍ରା ଓ ଅନ୍ୟପଟେ ଡାନିଏଲ୍ ୱେବର୍। ସେମିତିରେ ବି ଭାରତୀୟଙ୍କୁ ଗୋରା ଚମଡ଼ା ଭଲ ଲାଗିଥାଏ ଏବଂ ମାଗଣାରେ ସେକ୍ସ ଜ୍ଞାନ ମଧ୍ୟ ମିଳିବ ବୋଲି ଆଶା।”
ପ୍ରିୟଙ୍କାଙ୍କୁ ନେଇ ଏପରି ଖରାପ ଟୁଇଟ୍ ଦେଖି କେତେକ ଆଶଙ୍କା କରୁଛନ୍ତି ଯେ, ହୁଏତ ଏହି ଟ୍ୱିଟର୍ ହ୍ୟାଣ୍ଡଲ ସତରେ ପାୟଲ୍ ରୋହତଗୀଙ୍କର ନା ଏହାକୁ ଅନ୍ୟକେହି ଅପରେଟ୍ କରୁଛି। ବର୍ତ୍ତମାନ ସୁଦ୍ଧା ଏ ସଂପର୍କରେ କିଛି ସ୍ପଷ୍ଟ ଜଣାପଡ଼ିନାହିଁ। କିନ୍ତୁ ପାୟଲ୍ ସୋଶାଲ ମିଡିଆରେ ଯାହା ଲେଖିଛନ୍ତି, ତାହା ଅତ୍ୟନ୍ତ ବିବାଦୀୟ। ଏହି ହ୍ୟାଣ୍ଡଲ୍ଟି ‘ପାୟଲ୍ ରୋହତଗୀ ଆଣ୍ଡ୍ ଟିମ୍’ ନାମରେ ଏକ ଭେରିଫାଏଡ୍ ଆକାଉଣ୍ଟ।