Odia News Portal

ଲଞ୍ଚ ହେଲା Vivo S1 Pro , ମିଳିବ ଡାଇମଣ୍ଡ ସେପର କ୍ୟାମେରା

Vivo  କମ୍ପାନୀ ଭାରତୀୟ ବଜାରରେ ସ୍ମାର୍ଟ ଫୋନ Vivo S1 Pro କୁ ଲଞ୍ଚ କରିଛି । ଗତ ବର୍ଷ ଅଗଷ୍ଟ ମାସରେ କମ୍ପାନୀ ସିରିଜର Vivo S1କୁ ମାର୍କେଟରେ ଲଞ୍ଚ କରିଥିଲା । Vivo S1 Pro ନିଜ ପଛ କ୍ୟାମେରାକୁ ଡାଇମଣ୍ଡ ଆକାରର କରିଛି । ଅନ୍ୟପକ୍ଷରେ ଏହି ଫୋନର ଦର କମ୍ପାନୀ ଭାରତୀୟ ମୁଦ୍ରା ଅନୁସାରେ ୧୯,୯୯୦ ଟଙ୍କା ରଖିଛି । ମ୍ୟାଷ୍ଟିକ ବ୍ଲାକ, ଜଇଜି ବ୍ଲୁ, ଡ୍ରମି ପରି ରଙ୍ଗ ସହ ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି । କମ୍ପାନୀ ନିଜ ୱେବସାଇଟ,ଆମାଜନ, ଫ୍ଲିପକାର୍ଟ ପରି ଅନଲାଇନ ସାଇଟ ସହ ଅନ୍ୟାନ ଷ୍ଟୋର ମାନଙ୍କରେ ଜାନୁଆରୀ ୪ ତାରିଖରୁ ଉପଲବ୍ଧ କରାଇବ ।

ଅଫଲାଇନ ଷ୍ଟୋର ଗୁଡିକରେ ଆଇସିସିଆଇ ବ୍ୟାଙ୍କର କ୍ରେଡିଟ କାର୍ଡ ବା ଡେଭିଡ କାର୍ଡ ମାଧ୍ୟମରେ ପେମେଣ୍ଟ କଲେ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରିବ । ଏହା ସହ ଥରକ ପାଇଁ ସ୍କ୍ରିନ ରିପ୍ଲେସମେଣ୍ଟର ସୁବିଧା ମଧ୍ୟ ଗ୍ରାହକ ମାନଙ୍କୁ ମିଳିଯାଇପାରିବ । ଭିଭୋର ଏହି ଫୋନ ସହ ରିଲାଏନ୍ସ ଜିଓ ୧୨୦୦୦ ଟଙ୍କାର ଏକ ଅଫର ମଧ୍ୟ ଦେଉଛି । ଏଥିରେ ୬.୩୮ ଇଞ୍ଚର ସୁପର ଏମୋଲେଡ ଫୁଲ ଏଚଡ଼ି ପ୍ଲସ ଡିଷ୍ପ୍ଲେ ସହ ୧୦୮୦ X ୨୩୪୦ ପିକସାଲ ମିଳିପାରିବ । ଏହାବାଦ ଅଲବେଜ ଅନ ଡିଷ୍ପ୍ଲେ ବି ମିଳିପାରିଆବ ।

ଫୋନରେ କଳକମ ସ୍ନାପଡ୍ରାଗନ ୬୬୫ ପ୍ରୋସେସରର ସୁବିଧା ମିଳିପାରିବ । ଏଥିରେ ୮ ଜିବି ସହ ୧୨୮ ଜିବି ଷ୍ଟୋରେଜର ସୁବିଧା ମିଳିବ ।
ଏଥିରେ ୪ ରିୟାର କ୍ୟାମେରା ସହ ୪୮ ମେଗାପିକସଲ ସୁବିଧା ରହିବ । ଏହି ଫୋନରେ ୪୫୦୦ ଏମଏଚ ବ୍ୟାଟେରୀ ସହ ଟାଇପ-ସି ଓ ୧୮ ବାଟ ଫାଷ୍ଟ ଚାରଜିଙ୍ଗର ସପୋର୍ଟ ମିଳିଯାଇପାରିବ ।