Odia News Portal

ଦୁଇ ପକ୍ଷୀ ଶିକାରୀ ଗିରଫ

ଖୋର୍ଦ୍ଧା: ଟାଗିଂ ବନ୍ୟପ୍ରାଣୀ ବିଭାଗର ଭୂଷଣ୍ଡପୁର ଘେରି ବନ୍ଧ ଅଂଚଳରେ ବାରମ୍ବାର ପକ୍ଷୀ ଶିକାର ବଢୁଥିବା ବେଳେ ବନ୍ୟବିଭାଗ କର୍ମଚାରୀ ମାନେ ଦୁଇଜଣ ପକ୍ଷୀ ଶିକାରୀଙ୍କୁ ଗିରଫକରି ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ତିନୋଟି ମୃତ ବିଦେଶାଗତ ପକ୍ଷୀ ଜବତକରି କୋର୍ଟ ଚାଲାଣ କରିଛି।ଗିରଫ ପକ୍ଷୀ ଶିକାରୀ ହେଲେ ଗଂଜାମ ଗୋଲାପଲୀ ଗ୍ରାମର ପି ଗଣେଶ ଓ ଅନ୍ୟ ଜଣଙ୍କ ହେଲେ ବିଶାଖାପାଟଣାର ଜନାଥା ଆଜୁବା। ଶିକାରୀ ଦୁହେଁ ଦିର୍ଘ ଦିନହେବ ଚିଲିକା ଉପକୂଳବର୍ତ୍ତୀ ଅଂଚଳରେ ରହି ପକ୍ଷୀ ଶିକାର କରୁଥିଲେ ବୋଲି ଜଣାପଡିଛି ।