Odia News Portal

ନାବାଳିକାକୁ ବଳାତ୍କାର ଉଦ୍ୟମ, ଥାନାରେ ଏତଲା ପରେ ଯୁବକ ଗିରଫ

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ଏକ ବସ୍ତିରେ ଜଣେ ଯୁବକ ଗତକାଲି ଦିବା ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ନାବାଳିକା କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ । ସାହି ଲୋକ ଜାଣି ପାରି ଏହାର ବିରୋଧ କରିଥିଲେ । ଆଜି ଅନ୍ତର୍ଜାତୀୟ ମାନବାଧିକାର କାଉନ୍ସିଲ ତଥା ଓଡିଶା ନାରୀ ସୁରକ୍ଷା ମଞ୍ଚର ସଭାପତି ଶ୍ରୀମତି ସସ୍ମିତା ଦାସ, ଶ୍ରୀଯୁକ୍ତ ପ୍ରଣବ କୁମାର ବିଶ୍ୱାଳ(ରାଜ୍ୟ ସମ୍ପାଦକ), ଶ୍ରୀମତି ସ୍ଵୟଂପ୍ରଭା ସାହୁ, ଶ୍ରୀଯୁକ୍ତ ଶିବ ସୁନ୍ଦର ସ୍ୱାଇଁ ( ଦୁର୍ନୀତି ନିବାରଣ ଅଧିକାରୀ ରାଜ୍ୟ ବୋର୍ଡ଼ ) , ନାରୀ ସୁରକ୍ଷା ମଞ୍ଚର ଉପ ସଭାପତି ଶ୍ରୀମତି ସସ୍ମିତା ସାହୁ ଏବଂ ଟିମ୍ ର ମିଳିତ ସହାୟତାରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ଦୀପକ ମିଶ୍ରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଗଲା ବୋଲି ସୂଚନା ମିଳିଅଛି । ତଦନ୍ତ ପରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଅଧିକାରୀ ଶ୍ରୀମତି ସସ୍ମିତା ଦାସ ଙ୍କୁ ପ୍ରତିଶୃତି ଦେଇଛନ୍ତି ।