Odia News Portal

ଭିଜିଲାନ୍ସ ଜାଲରେ ସୁପରଭାଇଜର

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଝରିଗାଁ ଲ୍ୟାମ୍ପସ୍‌ ସୁପରଭାଇଜର ଗୟାରାମ ମାଠିଆ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି।

ଗୟାରାମଙ୍କ ୪ଟି ଘର, ପେଟ୍ରୋଲ ପମ୍ପ, ଗ୍ୟାସ୍ ଏଜେନ୍ସି ସମେତ ୮ଟି ସ୍ଥାନରେ ଚଢ଼ାଉ କରାଯାଇଛି।

ଶେଷ ଖବର ସୁଦ୍ଧା ଚାରିଜଣ ଡିଏସ୍‌ପି ଓ ଛଅ ଜଣ ଇନ୍ସପେକ୍ଟର, ଅନ୍ୟ ଷ୍ଟାପ୍‌ଙ୍କ ମିଳିତ ସହଯୋଗରେ ଏହି ଚଢ଼ାଉ କରାଯାଇଛି।