କଣ୍ଟାପଡା: ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଘଟଣାରେ ଦୁଇ ଜଣ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ବର ବରମୁଣ୍ତାର ଜଣେ ୨୧ ବର୍ଷୀୟା ଯୁବତୀ ଏବଂ ଅନ୍ୟ ଜଣେ ୨୦ ବର୍ଷର ଯୁବତୀ। ଅନ୍ୟପଟେ ଗୋବିନ୍ଦପୁର ଥାନାରେ ୪ ଦିନ ଧରି ଅଟକ ରଖା ଯାଇଥିବା ଜଣେ ନାବାଳକକୁ ଅନୁଗୁଳ ବାଳାଶ୍ରମରେ ରଖାଯାଇଛି।
ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ନଭେମ୍ବର ୨୦ ତାରିଖରେ ନହରକଣ୍ଟା ଅଞ୍ଚଳର ତାଙ୍କର ୨ ଜଣ ବାନ୍ଧବୀ ଓ ସଦର ଥାନା ଅଞ୍ଚଳର ଜଣେ ନାବାଳକ ବନ୍ଧୁ ତାଙ୍କ ଘରକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବାନ୍ଧବୀଙ୍କ ଜନ୍ମଦିନ ଥିବାରୁ ସମସ୍ତେ ଭୁବନେଶ୍ବରର ଖଣ୍ତଗିରି ଥାନା ଅଧୀନ ଜାଗମରା ଠାରେ ଏକ ଭଡା ଘରେ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନ ପାର୍ଟିକୁ ଆସିଥିବା ଥଣ୍ତା ପାନୀୟ ପିଇ ଯୁବତୀ ଜଣଙ୍କ ଅଚେତ ହୋଇ ଯାଇଥିଲେ। ତା’ପର ଦିନ ଅର୍ଥାତ ନଭେମ୍ବର ୨୧ ତାରିଖରେ ଘରକୁ ଫେରିଥିଲେ। ମାତ୍ର ୨୨ ତାରିଖରେ ତାଙ୍କର କେତେକ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖିବାକୁ ପାଇଥିଲେ। ଯୁବତୀ ଜଣକ ଏ ସଂପର୍କରେ ୨୪ ତାରିଖରେ ଗୋବିନ୍ଦପୁର ଥାନାରେ ଏକ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ଗୋବିନ୍ଦପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା।
Sign in
Sign in
Recover your password.
A password will be e-mailed to you.