ଢେଙ୍କାନାଳ: ବହୁ ଚର୍ଚ୍ଚିତ ସେଲ୍ଟର ହୋମ ଯୌନ ନିର୍ଯାତନା ମାମଲା । ସେଲଟର୍ ହୋମ୍ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍ସ ସେଣ୍ଟର’ର ମୁଖ୍ୟ ଫୟାଜ ରେହମାନଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରି ଠାରେ ଗଢ଼ିଉଠିଥିବା ଏହି ସେଲ୍ଟର ହୋମ କେଳେଙ୍କାରୀ ନେଇ ବିବାଦ ଦେଖାଯାଇଥିଲା । ଫୟାଜଙ୍କ ବିରୋଧରେ ସେଲ୍ଟର ହୋମରେ ଧର୍ମାନ୍ତରୀ କରଣ ଏବଂ ନିର୍ଯାତନା ଅଭିଯୋଗ ଆସିଥିଲା। ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ରେହମାନଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।