Odia News Portal

ଗ୍ରାହକଙ୍କୁ ମିଳୁନାହିଁ ବ୍ୟାଙ୍କରେ ବନ୍ଧକ ରଖିଥିବା ସୁନା

ଅନୁଗୋଳ: ଅନୁଗୋଳର ହରିମହୁରୀ ଛକ ଠାରେ ଥିବା ଇଣ୍ତିଆନ୍ ବ୍ୟାଙ୍କ ଡକାୟତି ଘଟଣା ୫ ମାସ ବିତି ଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ଦୁର୍ବୃତ୍ତଙ୍କ ନିକଟରେ ପୋଲିସ ପହଞ୍ଚି ବାରେ ସଫଳ ମଧ୍ୟ ହୋଇଛି । ହେଲେ ବ୍ୟାଙ୍କରେ ବନ୍ଧକ ରଖିଥିବା ସୁନା ଗ୍ରାହକଙ୍କୁ ଏଯାଏ ମିଳିନାହିଁ ତାଙ୍କର ସୁନା । ବ୍ୟାଙ୍କ ଦେଇଥିବା ସମୟ ସୀମା ମଧ୍ୟରେ ସୁନା ଫେରାଇ ନଥିବାରୁ ଗ୍ରାହକମାନେ ଏବେ ଆନ୍ଦୋଳନକୁ ଓହ୍ଲାଇ ଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ବୈଠକ ବସାଇ ସମାଧାନ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଥିଲା।