Odia News Portal

କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଝସକେତନ ଗିରଫ

ଅନୁଗୁଳ: ଅନୁଗୁଳ କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଝସକେତନ ରାଉତ ଗିରଫ ହୋଇଛି।  ଝସକେତନକୁ ଦେବଗଡ଼ ଜିଲ୍ଲାରୁ ପୁଲିସ୍ ଗିରଫ କରିଛି। ସୂଚନା ଅନୁସାରେ, ଝସକେତନ ୨୦୧୬ ମସିହା ଫେବ୍ରୁଆରୀ ୪ ତାରିଖରେ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁର ଦୁଇ ଜଣ ଯୁବକଙ୍କୁ ହତ୍ୟା କରିଥିଲା। ସେହିଭଳି ୨୦୧୫ ମସିହା ମେ’ ୨୨ ତାରିଖରେ ଛେଣ୍ଡିପଦ ଥାନା କୁକୁରପେଟା ଗାଁର ଜଣେ ବ୍ୟକ୍ତି ଓ ତାଙ୍କ ମାଉସୀଙ୍କୁ ମଧ୍ୟ ସେ ହତ୍ୟା କରିଥିଲା। ଘଟଣାର ଖୋଳତାଡ଼ କରିବା ପାଇଁ ପୁଲିସ୍‌ ତାକୁ ରିମାଣ୍ଡରେ ଆଣି ମାଟି ତଳୁ ମାଉସୀ- ପୁତୁରାର କଙ୍କାଳ ଉଦ୍ଧାର କରିଥିଲା।