ଭୁବନେଶ୍ୱର () ସବୁ ସୀମା ଟପିଲା ରସିକିଆ ଅଟୋ ଡ୍ରାଇଭର । ବିଚ ରାସ୍ତାରେ ପ୍ରେମ ନିବେଦନ କରି ବିଫଳ ହେବାରୁ ଛାତ୍ରୀଂକୁ କଲା ଅସଦାଚରଣ। ଏମିତି ଏକ ଘଟଣାରେ ରସିକିଆ ଅଟୋ ଡ୍ରାଇଭରକୁ ଗିରଫ କରିଛି କମିସନରେଟ ପୋଲିସ। ସୂଚନା ମୁତାବକ ଶୈଳଶ୍ରୀ ବିହାରର ଜଣେ ଯୁକ୍ତ ଦୁଇ କଲେଜ ଛାତ୍ରୀଂକୁ ମନେ ମନେ ପ୍ରେମ କରୁଥିଲେ ନିଳାଦ୍ରୀ ବିହାରର ଅଟୋ ଡ୍ରାଇଭର କାଳୁ ଚରଣ ପ୍ରଧାନ। କଲେଜ ଛାତ୍ରୀ ଜଣକୁ ଅନେକ ବାର ପିଛା କରିବା ସହ ପ୍ରେମ ନିବେଦନ କରିଥିଲେ। ହେଲେ ଛାତ୍ରୀ ଜଣକ ତାଂକୁ ପ୍ରତ୍ଯାଖାନ କରିବା ସହ ତାଂକୁ ସେଭଳି କିଛି ନ କରିବାକୁ ତାଗିଦ କରିଥିଲେ। ହେଲେ ପ୍ରେମରେ ଉବୁଟୁବୁ ୩୪ ବର୍ଷିୟ ବିବାହିତ କାଳୁ ଛାତ୍ରୀ ଜଣକ ନିଜ ସାଙ୍ଗ ଘରକୁ ଯିବା ବାଟରେ ନିଛାଟିଆ ସ୍ଥାନ ଦେଖି ଅଟକାଇ ପ୍ରେମ ନିବେଦନ କରିଥିଲେ। ଛାତ୍ରୀ ଜଣକ ମନା କରିବାରୁ ତାକୁ ବିଚ ରାସ୍ତାରେ ଅଶ୍ରାବ୍ଯ ଭାଷାରେ ଗାଳି ଗୁଲଜ ସହ ଅସଦାଚରଣ କରିଥିଲେ। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ଛାତ୍ରୀଂକ ବାପା। ଯାହାକୁ ଭିତି କରି ରସିକିଆ ଅଟୋ ଡ୍ରାଇଭରକୁ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ପୋଲିସ।