Odia News Portal

ମହିଳାଙ୍କୁ ପୁଲିସର ଦୁର୍ବ୍ୟବହାର ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ଜଣେ ମହିଳାଙ୍କୁ ପୁଲିସର ଦୁର୍ବ୍ୟବହାର ଅଭିଯୋଗ। ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଭିଡିଓଟିରେ ଥାନାର ଏଏସ୍ଆଇ ଅଭିଯୁକ୍ତକୁ ଗିରଫ କରିବେ ନାହିଁ କହି ଗାଳି ଗୁଲଜ ଦେଉଥିବା ଦେଖାଦେଉଛି। ସୂଚନା ଅନୁସାରେ, ମହିଳା ଜଣଙ୍କୁ ତାଙ୍କ ଯା’ ଜମିବାଡ଼ିକୁ ନେଇ ମାଡ଼ ମାରିଥିବା ନେଇ ସିମୁଳିଆ ଥାନେରେ ଅଭିଯୋଗ କରିଥିଲେ। ଏନେଇ ତାଙ୍କ ଯା’କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ଏଏସ୍ଆଇଙ୍କୁ ପଚାରିବାରୁ ମହିଳା ଜଣଙ୍କୁ ଏଏସ୍ଆଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସେପଟେ, ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିମୁଳିଆ ଥାନା ଏଏସ୍ଆଇ ଡି ନନ୍ଦ।