Odia News Portal

କ୍ରାଇମବ୍ରାଞ୍ଚର ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟରେ ମାନବ ଚାଲାଣ ରୋକିବାକୁ କ୍ରାଇମବ୍ରାଞ୍ଚର ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ। ବିଶେଷ କରି ଯୁବତୀ ଚାଲାଣକୁ ରୋକିବାକୁ ପଦକ୍ଷେପ ନେଇ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ମିଥ୍ୟା ପ୍ରଲୋଭନ ଦେଖାଇ ଫୁଲବାଣୀ, ଝାରସୁଗୁଡ଼ା, ନୟାଗଡ଼ ଏବଂ ନୂଆପଡ଼ାର ଯୁବତୀମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି। ଏହାକୁ କିପରି ରୋକାଯାଇପାରିବ ଓ ଏନେଇ ଆଇନରେ କି ବ୍ୟବସ୍ଥା ରହିଛି ସେନେଇ ଆଲୋଚନା କରାଯାଉଛି। ସମ୍ମିଳନୀରେ ପଦ୍ମଶ୍ରୀ ସୁନିତା କ୍ରିଷ୍ଣନ, ଏନଡିଆରଏଫର ପୂର୍ବତନ ଡିଜି ପିଏମ ନାୟାର ଓ ତେଲେଙ୍ଗାନା ଆଇଜି ଯୋଗଦେଇଛନ୍ତି। ସମ୍ମିଳନୀରେ ପ୍ରତ୍ୟେକ ଜିଲ୍ଲାର ଇଣ୍ଟିଗ୍ରେଟେଡ ଆଣ୍ଟିହ୍ୟୁମାନ ଟ୍ରାଫିକିଂ ୟୁନିଟ ଓ ଡବ୍ଲ୍ୟୁଡିସି କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଅଛନ୍ତି। ।