Odia News Portal

ଟାଟାଷ୍ଟିଲ ହାଫ ମାରାଥନ। ଅଂଶଗ୍ରହଣ କଲେ ଶହଶହ ପ୍ରତିଯୋଗୀ

ଭୁବନେଶ୍ୱର:  ଆରମ୍ଭ ହେଲା ଟାଟା ଷ୍ଟିଲ ହାଫ୍ ମାରାଥନ୍ । ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରୁ ଏହି ମାରାଥନ୍ ଆରମ୍ଭ ହୋଇଛି । ଜାତୀୟ ଯୁବ ଦିବସ ଅବସରରେ ୨୦୧୬ ମସିହାରୁ ପ୍ରତିବର୍ଷ ଜାନୁୟାରୀ ମାସରେ ଏହି ମାରାଥନ କରାଯାଇଆସୁଛି । ଟାଟା ଷ୍ଟିଲ ଓ ରାଜ୍ୟ କ୍ରୀଡ଼ା ବିଭାଗର ସହଭାଗିତାରେ ଚଳିତବର୍ଷ ମଧ୍ୟ ମାରାଥନ୍ ଆୟୋଜିତ ହୋଇଛି ।

ଆଜି ସକାଳେ ଏହା ଆରମ୍ଭ ହୋଇଥିବା ବେଳେ ମାରାଥନରେ ଶହ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ୫ କିଲୋମିଟର, ୧୦ କିଲୋମିଟର୍ ଓ ୨୧ କିଲୋମିଟର୍ ପରି ତିନୋଟି ବର୍ଗରେ ଏହି ହାଫ୍ ମାରାଥନ୍ ଅନୁଷ୍ଠିତ ହେଉଛି । ତେବେ ଏହି କାର୍ଯ୍ୟକ୍ରମରେ ଅନେକର ଜନସାଧାରଣ ଯୋଗ ଦେଇଛନ୍ତି ।