ଖୋର୍ଦ୍ଧା : ଦ୍ବିପ୍ରହରରେ ମୃତ୍ୟୁ ପ୍ରମାଣପତ୍ର ଦେବାପାଇଁ ଏକ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧା ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଲାଞ୍ଚୁଆ କିରାଣୀ ଅଶୋକ କୁମାର ମହାନ୍ତି ।
ଭିଜିଲାନ୍ସ ଲାଞ୍ଚ ଟଙ୍କା ସହିତ ତାଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଗିରଫ କରିଛି । ବଣିଆଟାଙ୍ଗି ଗ୍ରାମର ମନୋରଞ୍ଜନ ରାୟ ନିଜ ପିତାଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ବାରମ୍ବାର ଦୌଡା ଦୌଡି କରିବା ପରେ ମଧ୍ୟ କାମ ହେଉନଥିଲା । କିରାଣୀ ତାଙ୍କୁ ଲାଞ୍ଚ ମାଗୁଥିବା ନେଇ ସେ ଟଙ୍କା ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ ।
ସେହି ଅନୁସାରେ ଭିଜିଲାନ୍ସ ତାର ଜାଲ ବିଛାଇ କାରାଣୀଙ୍କୁ ଧରିବାରେ ସକ୍ଷମ ହୋଇଛି । ଅଶୋକ ମହାନ୍ତିଙ୍କ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଭିଜିଲାନ୍ସ ଚଢଉ ଆରମ୍ଭ କରିଥିବା ଜଣାପଡିଛି ।
