ଝାରସୁଗୁଡ଼ା : ସେପଟେ ଝାରସୁଗୁଡ଼ା ଜିଲ୍ଲାରେ ବି ଏନକାଉଣ୍ଟର। ବ୍ରଜରାଜନଗରରେ ପୋଲିସ ଗୁଳିରେ ଆହତ ହୋଇଛି ହାର୍ଡକୋର କ୍ରିମିନାଲ୍ ଜାଜୁ ଓରଫ୍ ବିନୋଦ ପ୍ରସାଦ। ତାର ଡାହାଣ ଗୋଡ଼ରେ ବାଜିଛି ଗୁଳି।
ଗୁରୁତର ଅବସ୍ଥାରେ ବିନୋଦକୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଖୋସର ସହଯୋଗୀ ବିନୋଦ ପ୍ରସାଦ। ଅପରାଧ ଘଟାଇବାକୁ ଯାଉଥିବା ବେଳେ ପୋଲିସ ଖବର ପାଇଁ ଛକିଥିଲା।
ବୋରୋମାଲ ମୁଙ୍ଗପଡ଼ାରେ ପୋଲିସ ସହ ବିନୋଦର ମୁହାଁମୁହିଁ ହୋଇଥିଲା। ସେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପାଲଟା ଗୁଳିରେ ଆହତ ହୋଇଥିଲା ବିନୋଦ।
