Odia News Portal

ଡକାୟତି ଉଦ୍ୟମକୁ ବିଫଳ, ୯ କୁ ଗିରଫ କଲା ପୋଲିସ

ଝାରସୁଗୁଡ଼ା : ଦୁଇଟି ଡକାୟତି ଉଦ୍ୟମକୁ ପଣ୍ଡ କଲା ଝାରସୁଗୁଡ଼ା ପୋଲିସ । ଦୁଇଟି ପୃଥକ ଘଟଣାରେ ୯ଜଣଙ୍କୁ ଗିରଫ କରାଯାଇଛି । ଦୁଇଟି ବନ୍ଧୁକ ସମେତ କିଛି ଗୁଳି, ମାରଣାସ୍ତ୍ର ଏବଂ ବାଇକ ଜବତ ହୋଇଛି ।

ଝାରସୁଗୁଡ଼ା ସ୍ଥିତ ଆଇ.ଓ.ସି.ଏଲଠାରେ ଡକାୟତି ଯୋଜନା ସଂପର୍କରେ ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା । ଏହି ସମୟରେ ୪ ଜଣ ଦୁର୍ବୃତ୍ତ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ସେହିପରି ବ୍ରଜରାଜନଗର ଅଞ୍ଚଳ ଏକ ବନ୍ଦ କୋଇଳା ଖଣି ନିକଟରେ ଡକାୟତି ଯୋଜନା ବେଳେ ୫ ଜଣଙ୍କୁ ଗିରଫ କରିଛି ଓରିଏଣ୍ଟ ଥାନା ପୋଲିସ ।