Odia News Portal

ପୋଲିସ୍‌ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ପୋଲିସ୍‌ ଘରେ ପଶିଲା ଭିଜିଲାନ୍ସ । ସବଇନିସପେକ୍ଟର ଦିଲୀପ ଦାସଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ତାଙ୍କ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଫେଜ୍‌-୪ ସ୍ଥିତ ଘର, ରଘୁନାଥପୁରରେ ଥିବା ଶ୍ୱଶୁର ଘର ଏବଂ ପୈତୃକ ଘର ସମେତ ପାଞ୍ଚଟି ଜାଗାରେ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସ୍‌ଆଇ ଦିଲୀପ ଦାସଙ୍କ ଘରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି ।