ଗଞ୍ଜାମ: ଦୁଇଦିନ ତଳେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାୟକଙ୍କୁ ଗଞ୍ଜାମ ପୁଲିସ ଏନ୍କାଉଣ୍ଟର କରିଥିଲା। ଫଳରେ ବାବୁ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ସହଯୋଗୀ ତପନ ନାୟକ ଗିରଫ ହୋଇଥିଲା। ଗୁରୁତର ଆହତ ହୋଇଥିବା ବାବୁ ବ୍ରହ୍ମପୁର ମେଡିକାଲ୍ରେ ପ୍ରାଣ ହରାଇଥିଲା। ତେବେ ବାବୁର ମୃତ୍ୟୁ ପରେ ତାଙ୍କ ସହଯୋଗୀମାନେ ବେଗୁନିଆପଡ଼ା ଜଙ୍ଗଲରେ ଆଡ୍ଡା ଜମାଇଥିବା ପୁଲିସ ଜଣିବାକୁ ପାଇଥିଲା।
ଗତକାଲି ଅପରାହ୍ନରେ ଜଗନ୍ନାଥପ୍ରସାଦ ଥାନା ପୁଲିସର ଏକ ଟିମ୍ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେଶନ୍ କରିଥିଲା। ଏହି ସମୟରେ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ନାୟକଙ୍କ ଗ୍ୟାଙ୍ଗ ସହିତ ମୁହାଁମୁହିଁ ହୋଇଥିଲା ପୁଲିସ। ସେମାନେ ପୁଲିସ ଉପରକୁ ଗୁଳି ଚାଳନା ଓ ବୋମାମାଡ଼ କରିଥିଲେ। ଏହାର ଜବାବରେ ପୁଲିସ ଗୁଳି ଚଳାଇବାରୁ ଶଙ୍କର ଓ ତାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ସେଠାରୁ ଚମ୍ପଟ ମାରିଥିଲେ। ଗତକାଲି ରାତିସାରା ପୁଲିସ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେଶନ୍ କରି ବହୁ ମାରଣାସ୍ତ୍ର, ବିସ୍ଫୋରକ ସାମଗ୍ରୀ, ୬ କେଜି ୭୦୦ ଗ୍ରାମ ରୁପା ଓ ୩୭୭ ଗ୍ରାମ ସୁନା ଅଳଙ୍କାର ଜବତ କରିଥିଲା।