ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଗୋଳିଆ ଗ୍ରାମର ନୂଆ ସାହିରେ ହୋଇଛି ଏକ ହତ୍ୟାକାଣ୍ଡ। ସେହି ଗ୍ରାମର ମୀନକେତନ ସାସମଲ ଯିଏକି ମହାରାଷ୍ଟ୍ରରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ତାଙ୍କୁ ସର୍ବସମ୍ମୁଖରେ ଗାଁ ଦାଣ୍ଡରେ କରାଯାଇଛି ନିର୍ମମ ହତ୍ୟା। ସେହି ଗ୍ରାମର ରାମ ଦଳେଇ ନାମକ ଯୁବକ କାତିରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗହୋଇଛି। ବୁଗୁଡା ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ସଂଦେହ କରାଯାଉଛି।