ଭୁବନେଶ୍ୱର: ରବିବାର ସକାଳୁ ସ୍ପେଶାଲ ସ୍କ୍ୱାର୍ଡ ଏସପି ସଂଜୀବ ଶତପଥୀଙ୍କ ନାବାଳକ ପୁଅ ଆୟୁଷ ଶତପଥୀଙ୍କ ଝୁଲନ୍ତା ମୃତ ଦେହକୁ ନାୟପଲି ପୋଲିସ ଉଦ୍ଧାର କରିଛି। ଶ୍ରୀ ଶତପଥୀଙ୍କ ସରକାରୀ ବାସଭବନରୁ ପୋଲିସ ତାଙ୍କ ପୁଅର ମୃତ ଦେହ ଉଦ୍ଧାର କରିଛି। ଆୟୁଷ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲା ବେଳେ ତାକୁ ୧୨ବର୍ଷ ହେଇଥିଲା। ମୃତ ଶରୀର ନିକଟରୁ ଗୋଟେ ମୋବାଇଲ ଫୋନ ପୋଲିସ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଛି।