Odia News Portal

ଗୋଟିଏ ଘରୁ ଉଦ୍ଧାର ହେଲା ୩ ମୃତଦେହ

ଗଂଜାମ() ଆଜି ଗୋଟିଏ ଘରୁ ଉଦ୍ଧାର ହୋଇଛି ୩ ମୃତଦେହ । ଏଭଳି ଅଘଟଣ ଦେଖିବାକୁ ମିଳିଛି ଖଲ୍ଲିକୋଟ ଅଂଚଳରେ ।

ସୂଚନା ଅନୁସାରେ ଗୋଟିଏ ବନ୍ଦ ଘରୁ ବାପା , ମାଆ ଓ ଝିଅର ମୃତଦେହ ଉଦ୍ଧାର ହୋଇଛି । ଘର ବାହାରେ ମାଆ ଓ ଝିଅର ରକ୍ତାକ୍ତ ମୃତ ଦେହ ମିଳିଥିବା ବେଳେ ବାପାଙ୍କର ଝୁଲନ୍ତା ଅବସ୍ଥାରେ ହିଁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ସ୍ତ୍ରୀ ଓ ଝିଅଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।
ତେବେ ସୂଚନା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।