ଢେଙ୍କାନାଳ: ଆରଟିଓ ଦିବାକର ସିଂହଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ୪ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ଭଡା ଘର, ମୟୁରଭଞ୍ଜର ଝାରପୋଖରିଆ ସ୍ଥିତ ପୈତୃକ ଘର, ଭୁବନେଶ୍ବର ଓ ବାଲେଶ୍ବର ସ୍ଥିତ ବାସଭବନରେ ଚଢାଉ ଚାଲିଛି ।