Odia News Portal

ସିନେମା ହଲ ସମ୍ମୁଖରେ ବାଳକର ଆତ୍ମହତ୍ୟା

ପାରାଦ୍ୱୀପ: ପାରାଦ୍ୱୀପ ପୌରପାଳିକାର ୧୫ ନମ୍ବର ୱାର୍ଡ, ଅନ୍ତର୍ଗତ ବଡପଡ଼ିଆ କମଳା ସିନେମା ହଲ ସମ୍ମୁଖରେ ଥିବା କ୍ୱାଟରରେ ଜୈନିକ ନାଁ ବାଳକର ଆତ୍ମହତ୍ୟା କରିଥିବା ଖବର ମିଳିଛି । ପାରାଦ୍ୱୀପ ପୌରପାଳିକାର ମହିଳା କର୍ମଚାରୀ ମେନକା ଦାସଙ୍କ ୧୭ ବର୍ଷ ପୁଅ ଦୀପ କୁମାର ମହାନ୍ତି, ତିନି ବର୍ଷ ତଳେ ତାଙ୍କ ପିତା ଦୀପକ କୁମାର ମହାନ୍ତିଙ୍କର ଅକାଳ ବିୟୋଗ ହୋଇ ଥିଲା । ସେ ଗୋଟିଏ କ୍ୟାମେରା କିଣିବାକୁ ମାଆକୁ ୮୦ ହଜାର ଟଙ୍କା ମାଗୁଥିଲା । ମା ଏତେ ଟଙ୍କା ଦେବାକୁ ମନା କରିବାରୁ, ସେ ମାଆର ଶାଢ଼ୀରେ ରସି ଲଗେଇ ଆତ୍ମହତ୍ୟା କରିଛି । ପରିବାର ଲୋକେ ଦେଖି ଡାକ୍ତରଖାନା ଆଣିଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସ୍ଥାନୀଶୋକର ଛାୟା ଖେଳାଇ ଦେଇଛି