ଜୟପୁର: ପୋଲିସ ବେଶ ରେ ଡ଼କାୟତ ଉଦ୍ୟମ କରୁଥିବା ବେଳେ ପୋଲିସ ୮ ଜଣଙ୍କୁ ଗିରଫ କରିଛି l ଅପରାଧୀ ମାନେ ପୋଲିସ ବେଶ ରେ ଡ଼କାୟତି କରୁଥିବା ବେଳେ ପୋଲିସ ଅନ୍ତ ରାଜ୍ୟ ଡ଼କାୟତ ଦୋଳକୁ ଗିରଫ କରିଛି l
ଗିରଫ ଅପରାଧୀ ମାନଙ୍କ ମଧ୍ୟ ରୁ ୪ଜଣ ମଧ୍ୟପ୍ରଦେଶର ହୋଇଥବା ବେଳେ ଜଣେ ବିହାର ଓ ଆଉ ୨ଜଣ ସ୍ଥାନୀୟ ଅଂଚଳର ହୋଇଥିବା ବେଳେ ଆଉ ଜଣେ କଳାହାଣ୍ଡି ର ବୋଲି ଜଣା ପଡ଼ିଛି l ଗିରଫ ଅପରାଧୀଙ୍କ ଠାରୁ ଦାମି କାର ସହ ୧୨ଟି ମୋବାଇଲ ୨ଟି ଛୁରୀ ୨ଟି ଲାଠି ନକଲି ବନ୍ଧୁଙ୍କ’ସହ ପୋଲିସ ପୋଷାକ ସହ ୫ହଜାର ୬୩୦ ଟଙ୍କା ଜବତ କରିଛି l ଏମାନେ ଜୟପୁର ନିକୋଟସ୍ତ ପାବର ହାଉସ ଠାରେ ଡକାୟତ ନେଇ ଯୋଜନା କରୁଥିବା ବେଳେ ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଅତର୍କିତ ଚଢ଼ାଉ କରିଥିବା ସୂଚନା ଦେଇଛନ୍ତି ଟାଉନ ଥାନା ଅଧିକାରୀ