ଗଜପତି: ୧୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ। ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ନୁଡ୍ରୁଜ ଗାଁ ନିକଟ ଜଙ୍ଗଲ ଜମିରେ ଏକର ଏକର ଜମିରେ ଚାଷ କରାଯାଇଥିଲା। ୫୮ଏକର ପରିମିତ ପର୍ବତ କିସମ ଜମିରେ ଚାଷ ହୋଇଥିବା ୧ଲକ୍ଷ ୧୬ହଜାର ଗଞ୍ଜେଇ ଗଛକୁ କାଟି ପୋଡି ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୧କୋଟି ୬୦ଲକ୍ଷ ଟଙ୍କା ହେବ। ଆଗକୁ ବି ଚଢାଉ ଜାରି ରହିବ ବୋଲି ମୋହନା ପୋଲିସ ସୂଚନା ଦେଇଛି।
