ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପଡ଼ିଲେ ଜଟଣୀ ମହିଳା ପୌର ପରିଷଦ ନିର୍ବାହୀ ଅଧିକାରୀ ଲଳିତା କପୁର। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ କର୍ମଚାରୀ ଭିକ୍ଷାକାରୀ ସାହୁଙ୍କ ବକେୟା ଟଙ୍କା କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଲଳିତା ଧରା ପଡ଼ିଛନ୍ତି।
ଭିକ୍ଷାକାରୀ ୩ ବର୍ଷ ତଳେ ଅବସର ନେଇଥିଲେ ମଧ୍ୟ ତାଙ୍କର ଗ୍ରାଚୁଇଟି ବାବଦକୁ ୪ ଲକ୍ଷ ଟଙ୍କା ବକେୟା ପଡ଼ିଥିଲା। ଏହି ଟଙ୍କା ପାଇବା ପାଇଁ ସେ ବାରମ୍ବାର ଦୌଡୁଥିଲେ ମଧ୍ୟ ଟଙ୍କା ପାଇନଥିଲେ। ଆଉ ଏହି ଟଙ୍କା କରାଇ ଦେବାକୁ ଲଳିତା ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଆଜି ଭିକ୍ଷାକାରୀ ୫ ହଜାର ଟଙ୍କା ଅଫିସ୍ ପରିସରରେ ଦେବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।