Odia News Portal

ଚୋରା ମଦ ଜବତ, ଦୁଇ ଗିରଫ

କେନ୍ଦ୍ରାପଡା: ଚୋରା ମଦ ଜବତ,ଦୁଇ ଗିରଫ। କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ଗାଁରେ ଚୋରା ମଦ ବିପୁଳ ପରିମାଣରେ ବିକ୍ରି ହେବା ନେଇ ଜିଲ୍ଲା ଅବକାରୀ ବିଭାଗ ଚଢାଉ କରିଥିଲା। ୨୫୬ ବୋତଲ ବିଦେଶୀ ମଦ ଜବତ ସହ ୨ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ଗିରଫ ଦୁଇ ଜଣ ହେଲେ ଜମ୍ବୁ ଅଞ୍ଚଳର ଶ୍ରୀଜିବ୍ ସିକଦାର ଏବଂ ରଞ୍ଜିତ୍ ସିକଦାର। ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏଏସ୍‌ଆଇ ଅଂଶୁମାନ ଜେନା ଏବଂ ପ୍ରକାଶ ସାହୁଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍ ଅଚାନକ ଚଢାଉ କରିଥିଲେ।