Odia News Portal

ବେଲ୍‌ ହେବ ନା ଜେଲ୍‌ ! ଆଶା ଆଶଙ୍କାରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା: ଜେଲ୍ ହେବ କି ବେଲ୍ ! ଆଶଙ୍କାରେ କୋର୍ଟ ପରିସରରେ ଚେତା ହରାଇ ପଡ଼ିଲେ ଜଣେ ଅଭିଯୁକ୍ତ। ଆଉ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍‌ ନେଇଥିଲେ ଗାଁ ଲୋକେ। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲ ଡାକ୍ତର। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ। ପୂରା ଘଟଣା ଏମିତି। ୨୦୧୫ ମସିହାରେ ମହାକାଳପଡ଼ା ବ୍ଲକ୍‌ର ବଡ଼ତୋଟା ଛପାଲି ଗାଁର ବାଗଡ଼ିଆ ଯୋରରୁ ବେଆଇନ୍‌ ଭାବେ ମାଛ ଧରା ଯାଇଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍ ଅଭିଯୋଗକୁ ଭିତ୍ତି କରି ଅଭୟ ମଳିକ ଓରଫ୍ ଟୁନିଆଙ୍କ ସମେତ ୩୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଆଜି ସମସ୍ତ ଅଭିଯୁକ୍ତ ଜାମିନ୍‌ ପାଇଁ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଯାଇଥିଲେ।