Odia News Portal

ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ

ପୁରୀ: ବହୁଚର୍ଚ୍ଚିତ ପୁରୀ ଜିଲ୍ଲାର ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟ ପକ୍ଷରୁ ପ୍ରକାଶ କରାଯାଇଥିବା ସଂପୂର୍ଣ୍ଣ ରାୟର ନକଲ ବର୍ତ୍ତମାନ ଗଣମାଧ୍ୟମକୁ ହସ୍ତଗତ ହୋଇଛି। ରାୟରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଉଲ୍ଲେଖ କରିଛନ୍ତି ଯେ, ପିପିଲି ପୀଡ଼ିତାଙ୍କୁ ହତ୍ୟା କରାଯାଇଛି। କୋର୍ଟ ପୀଡ଼ିତାଙ୍କ ପିତାମାତାଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାୟରେ ବିଚାରପତି ସ୍ପଷ୍ଟ ଭାବରେ ଲେଖିଛନ୍ତି, ପିପିଲି ପୀଡିତାଙ୍କୁ ହତ୍ୟା କରାଯାଇଛି । କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ ସେଭଳି କୌଣସି ପ୍ରମାଣ ମିଳିଲା ନାହିଁ । ତାଙ୍କ ଝିଅର ମୃତ୍ୟୁ ଘଟଣା ଯୋଗୁଁ ବାପାମାଆ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି

ଉଭୟ ମାନସିକ ଓ ଆର୍ଥିକ ଭାବେ ସେମାନେ ପ୍ରଭାବିତ ହୋଇଛନ୍ତି । ସେମାନେ ନିଜ ଝିଅ ହତ୍ୟା ଅପରାଧର ପୀଡିତ ବୋଲି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ସେମାନଙ୍କୁ କ୍ଷତିପୂରଣ ଆବଶ୍ୟକ । ରାଜ୍ୟ ଆଇନ ସେବା ପ୍ରାଧିକରଣର ଆଇନ ଅନୁସାରେ ପୀଡିତ ସହାୟତା ପାଣ୍ଠିରୁ ସେମାନଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜରିଆରେ ଏହାକୁ କାର୍ଯ୍ୟକାରୀ କରିବାକୁ କୋର୍ଟ କହିଛନ୍ତି ।