Odia News Portal

ମୋବାଇଲ ଚୋରି ଘଟଣାରେ ୪ ଆସାମୀ କୋର୍ଟ ଚାଲାଣ

ପୁରୀ: ଜଗନ୍ନାଥ ବଲ୍ଲବ ମଠ ପରିସର ମଧ୍ୟରେ ￰ବାଲେଶ୍ଵରରୁ ପୁରୀ ଆସିଥିବା ପ୍ରମୋଦ ଜେନା ନାମକ ପର୍ଯ୍ୟଟକଙ୍କୁ ଆକ୍ରମଣ ଏବଂ ମୋବାଇଲ ଚୋରି ଘଟଣାରେ ଆଜି ଟାଉନ ଥାନା ପୋଲିସ ୪ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସ୍ପି । ସେମାନେ ପୃଥକ ପୃଥକ ଲୁଟ ମାମଲାରେ ଗିରଫ କରିଛି ପୋଲିସ ତେବେ ଗତ ସାତଦିନ ମଧ୍ୟରେ ପାଞ୍ଚ ପାଞ୍ଚଟି ଘଟଣା ଘଟିଥିଲେ ମଧ୍ୟ ପୋଲିସ ତରବାରୀଆ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା ଉପରେ ପରଦା ଟାଣିବାକୁ ଉଦ୍ୟମ କରିବା ସହ ପର୍ଯ୍ୟଟକଙ୍କୁ ଗାଡି ଡ୍ରାଇଭର କହିବା ଓ ଖଣ୍ଡା ବାଜି ବେକ କଟିଯାଇଥିବା ଭଳି ଅବିସ୍ୱଶସନୀୟ କଥା କହିଛନ୍ତି ସିଟି ଡିଏସ୍ପି । ଅନ୍ୟପଟେ ପୁରୀରେ ଘଟୁଥିବା ବିଭିନ୍ନ ଅପରାଧିକ କାର୍ଯ୍ୟ କଳାପକୁ ନେଇ ଚୁପ ରହିଛି ପୁରୀ ପୋଲିସ ।