ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ୧ ନମ୍ବର ସେକ୍ଟରରେ ଜଣେ ଆର୍ଏସ୍ପି କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି।ଘର ଭିତରେ ପଶି ତାଙ୍କୁ ୪ଜଣ ଦୁର୍ବୃତ୍ତ ଗୁଳି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି। ମୃତ ଆରଏସ୍ପି କର୍ମଚାରୀଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଗୁଳିକାଣ୍ଡର କାରଣ ଜାଣିବା ସହ ଅପରାଧୀଙ୍କୁ ଧରିବାକୁ ପୁଲିସ୍ ଛାନ୍ଭିନ୍ ଜାରି ରଖିଛି।