Odia News Portal

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ , ଗୁରୁତର ଅବସ୍ଥାରେ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି

ରାଉରକେଲା: ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଝାଡ଼ଖଣ୍ଡ ଲୋଟାପାହାଡ଼ ଜଙ୍ଗଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ରାଉରକେଲାର ଏକ ଘରୋଇ ଇଞ୍ଜିଜିନିୟରିଂ କଲେଜର ଛାତ୍ରୀ। ଅଭିଯୋଗ ଅନୁଯାୟୀ, ଗତ ୩୧ ତାରିଖରେ ଛାତ୍ରୀ ଜଣକ ଝାରସୁଗୁଡ଼ା ଯିବାକୁ ଷ୍ଟେସନ ଯାଇଥିଲେ। ସେଠାରେ ତାଙ୍କର ଜଣେ ପୁରୁଷ ବନ୍ଧୁ ରାଉରକେଲା ଷ୍ଟେସନରୁ ଝାଡ଼ଖଣ୍ଡ ନେଇଥିଲେ। ସେଠାରେ ୨ ଦିନ ଅଟକ ରଖି ୫ରୁ ୬ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ୩ ତାରିଖରୁ ଛାତ୍ରୀ ଜଣକ ନିଖୋଜ ଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ପରେ ରେଳବାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।