ରାଉରକେଲା : ରାଉରକେଲା ଝିରପାଣିରେ ଅଭାବନୀୟ ଘଟଣା। ରାତିରେ ଶୋଇଥିବାବେଳେ ଶ୍ରମିକ ନେତାଙ୍କ ଘର ଜାଳିଦେଲେ ଦୁର୍ବୃତ୍ତ। ଶ୍ରମିକ ନେତା ହେଲେ ଗାଙ୍ଗପୁର ମଜଦୁର ମଞ୍ଚର ଚକ୍ରଧର ମହାନ୍ତ। ଅଗ୍ନିକାଣ୍ଡରେ ଚକ୍ରଧରଙ୍କ ୩ଟି ସ୍କୁଟି ଓ ଗୋଟିଏ ବାଇକ୍ ଜଳି ପାଉଁଶ ହୋଇଯାଇଛି। ତେବେ ଏଥିରେ କାହାର ଜୀବନହାନି ହୋଇନଥିବା ଜଣାପଡିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।
