Odia News Portal

ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ ସେମିରେ ଓଡ଼ିଆ ଦମ୍ପତି:

ପୁରୀ : କଲର୍ସ ଟିଭିରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ସୋ ‘ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ ସୋ’ରେ ସେମି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ପୁରୀର ଦମ୍ପତି ଉମାକାନ୍ତ ସାହୁ ଓ ସୁଜାତା ରାୟ।ଉମାକାନ୍ତ ଓ ସୁଜାତାଙ୍କ ପାଇଁ ଏତେ ବାଟ ଆସିବା ସହଜ ନଥିଲା। ଦାରିଦ୍ର୍ୟ ଭିତରେ ରହି ପୁରୀର ଏହି ଦମ୍ପତି ମାଲଖମ୍ବ କଳାରେ ପାରଦର୍ଶିତା ଲାଭ କରିଥିବା ବେଳେ ଜୀବିକା ଅନ୍ବେଷଣରେ ଉତ୍ତରାଖଣ୍ଡ ପଳାଇଥିଲେ। କଷ୍ଟରେ ଚଳୁଥିଲେ ବି ମାଲଖମ୍ବ ପ୍ରତି ଥିବା ମୋହ ସେମାନଙ୍କୁ ସଫଳତା ପଥକୁ ଟାଣି ନେଇଥିଲା। ନିକଟରେ ଋଷିକେଶ ଗଟ୍ ଟ୍ୟାଲେଣ୍ଟ ଓ ଉତ୍ତରାଖଣ୍ଡ ଗଟ୍ ଟ୍ୟାଲେଣ୍ଟରେ ମାଲଖମ୍ବ କଳା ପ୍ରଦର୍ଶିତ କରି ଏହି ଦମ୍ପତି ଲୋକଲୋଚନକୁ ଆସିଥିଲେ। ତେବେ, ଇଣ୍ଡିଆ ଗେଟ୍‌ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି।
ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଭୋଟିଂ ଲାଇନ୍ ଖୋଲା ରହିବ। ଜନସାଧାରଣ ବୁଟ୍ ଡଟ୍ କମ୍‌ ଯାଇ ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟରେ ଭୋଟ୍‌ ଦେଇପାରିବେ। ରାଜ୍ୟବାସୀମାନେ ଅଧିକ ସଂଖ୍ୟାରେ ଭୋଟ ଦେବା ପାଇଁ ଉଭୟ ଉମାକାନ୍ତ ଓ ସୁଜାତା ଅନୁରୋଧ କରିଛନ୍ତି।