ଫିଲ୍ମମେକର୍ ସଞ୍ଜୟ ଲୀଲା ଭଂଶାଲୀ ପ୍ରସିଦ୍ଧ କବି ଓ ଲେଖକ ସାହିର୍ ଲୁଧିଆନ୍ଭି (Sahir Ludhianvi) ଙ୍କ ବାୟୋପିକ୍ ତିଆରି କରିବାକୁ ଯାଉଛନ୍ତି। ଫିଲ୍ର ଲିଡ୍ ରୋଲ୍ ପାଇଁ ଏବେ ଚର୍ଚ୍ଚା ଜୋର୍ ଧରିଛି। ଖବର ଆସୁଛି କି ଏହି ଫିଲ୍ମରେ ସଞ୍ଜୟ ଲୀଲା ଭଂଶାଲୀ ଅଭିଷେକ ବଚ୍ଚନ ଓ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କୁ ନେଇପାରନ୍ତି।
ଏହି ଫିଲ୍ମଟି ସାହିର୍ ଲୁଧିଆନ୍ଭି ଏବଂ ଅମୃତା ପ୍ରୀତମ୍ଙ୍କ ପ୍ରେମ କାହାଣୀ ଉପରେ ଆଧାରିତ। ଏଥିପାଇଁ ଅଭିଷେକ ଓ ଐଶ୍ୱର୍ୟ୍ୟା ସାହିର୍ ଏବଂ ଅମୃତାଙ୍କ ଚରିତ୍ରରେ ଅଭିନୟ କରିବେ। ସାହିର୍ ଜଣେ କବି ଏବଂ ଷ୍କ୍ରିପ୍ଟ ରାଇଟର୍ ଥିଲେ। ବଲିଉଡ୍ ଜଗତରେ ମଧ୍ୟ ତାଙ୍କର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ନିକଟରେ ଏକ ସାକ୍ଷାତକାରରେ ଐଶ୍ୱର୍ୟ୍ୟା ତାଙ୍କର ଆଗକୁ ଆସୁଥିବା ପିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ, ‘‘ଯେତେବେଳେ ମୋ ଭବିଷ୍ୟତ କଥା ଆସେ, ସେତେବେଳେ ମୁଁ ମୋ ଭବିଷ୍ୟତ ନିର୍ଦ୍ଦେଶକ ଏବଂ ଫିଲ୍ମ ନିର୍ମାତାଙ୍କ ଉପରେ ଛାଡ଼ିଦିଏ। ମୁଁ କିଛି ଦିନ ପୂର୍ବରୁ ଗୋଟେ ଭଲ ସ୍କ୍ରିପ୍ଟ , ଆଇଡିଆ ଏବଂ କ୍ୟାରେକ୍ଟର ଫାଇନାଲ୍ କରିଛି । ହେଲେ ଫିଲ୍ମ ନିର୍ମାତାଙ୍କୁ ତାହା ଘୋଷଣା କରିବାକୁ ଦିଅନ୍ତୁ”।
ଐଶ୍ୱର୍ୟ୍ୟାଙ୍କ ଫିଲ୍ମ କ୍ୟାରିୟର ଉପରେ ନଜର ପକାଇଲେ ଜାଣିବା, ସେ ଶେଷ ଥର ପାଇଁ ଫିଲ୍ମ ‘ଫନଲ୍ ଖାନ୍’ “Funnel khan” ରେ ନଜର ଆସିଥିଲେ। ସେହି ପିଲ୍ମରେ ଅଭିନେତା ଅନୀଲ କପୁର ଓ ରାଜକୁମାର ରାଓ ପ୍ରମୁଖ ଭୁମିକାରେ ଥିଲେ। ଫିଲ୍ମରେ ଐଶ୍ୱର୍ୟ୍ୟା ସୁପରଷ୍ଟାର ଚରିତ୍ରରେ ନଜର ଆସିଥିଲେ।