ମୁମ୍ବାଇ () ୩୭ ବର୍ଷୀୟ ଲୋକପ୍ରିୟ ଅଭିନେତା କୁଶଲ୍ ପଞ୍ଜାବୀଙ୍କ ଆତ୍ମହତ୍ୟା । ଅଭିନେତାଙ୍କ ଶବ ଗତକାଲି ରାତିରେ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ।କୁଶଲ୍ ପଞ୍ଜାବୀଙ୍କ ଆତ୍ମହତ୍ୟାର ଖବର ଅଭିନେତା କରଣବୀର୍ ବୋହରା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ଦେଇଥିଲେ । କୁଶଲ୍ ଏବଂ କରଣବୀର୍ ଦୁହେଁ ଭଲ ବନ୍ଧୁ ଥିଲେ । କୁଶଲ୍ ଙ୍କୁ ଶେଷଥର ପାଇଁ ସିରିଏଲ୍ “ଇସ୍କ ମେଁ ମରଜାୱାଁ ”ରେ ଅଭିନୟ କରିଥିବା ଦେଖାଯାଇଥିଲା । କୁଶଲ୍ ଙ୍କ ଜଣେ ୟୁରୋପିୟନ୍ ପତ୍ନୀ ଏବଂ କୁନି ପୁଅ ଅଛନ୍ତି ।
କୁଶଲଙ୍କ ୨୦ ବର୍ଷର ସାଙ୍ଗ ଚେତନ ହଂସରାଜ ତାଙ୍କ ମୃତ୍ୟୁ ନେଇ ବହୁତ ଦୁଃଖିତ। ଚେତନଙ୍କ କହିବା ଅନୁସାରେ କୁଶଲ କିଛି ଦିନ ହେବ ଡିପ୍ରେସନରେ ଥିଲେ।
କୁଶଲ ଓ ତାଙ୍କ ପତ୍ନୀଙ୍କର ବିବାହ ବିଚ୍ଛେଦ ପରଠୁ ସେ ବହୁତ ଡିସ୍ଟର୍ବଡ୍ ରହୁଥିଲେ। କୁଶଲ ଉଭୟ ମାନସିକ ଓ ଶାରିରୀକ ରୂପେ ଦୁର୍ବଳ ଥିଲେ। ମରିବାର କିଛି ସମୟ ପୂର୍ବରୁ କୁଶଲ ତାଙ୍କ ପୁଅ ସହ ଏକ ଫଟୋ ପୋଷ୍ଟ କରିଥିଲେ। ଯାହା ଦେଖି ଏବେ ଅନେକ ଲୋକେ ଦୁଃଖିତ।