କନ୍ନଡ ଅଭିନେତ୍ରୀ ପୁଜା ଗାନ୍ଧୀଙ୍କ ସହ ବିବାଦର ପୁରୁଣା ସଂପର୍କ ରହିଛି। କନ୍ନଡ ଛଡ଼ା ତାମିଲ, ମଲାୟଲମ୍ ଏବଂ ବଙ୍ଗାଳୀ ଫିଲ୍ମରେ ଅଭିନୟ କରିଥିବା ପୁଜାଙ୍କୁ ନେଇ ପୁଣି ଏକ ବିବାଦ ସାମ୍ନାକୁ ଆସିଛି।ଘଟଣାଅନୁଯାୟୀ, ସେ ନିକଟରେ ବାଙ୍ଗାଲୁରୁର ଏକ ମହଙ୍ଗା ହେଟୋଲରେ ରହିବା ସହ ତାହାର ବିଲ୍ ନଦେଇ ସେଠାରୁ ଫେରାର ହୋଇଯାଇଥିଲେ। ଆସନ୍ତୁ ଜାଣିବା କଣ ରହିଥିଲା ପୁରା ଘଟଣା।
ଅଭିନେତ୍ରୀ ପୁଜା ବିଗତ କିଛି ଦିନ ହେବ ବାଙ୍ଗାଲୁରୁର ଏକ ଲଗଜ୍ବରୀୟର୍ସ ହୋଟେଲରେ ରହୁଥିଲେ। ଯେତେବେଳେ ସେ ଜାଣିଥିଲେ କି ତାଙ୍କର ୪.୫ ଲକ୍ଷ ଟଙ୍କାର ବିଲ୍ ଆସିଛି ସେ ତାହାକୁ ପଇଠ ନକରି ସେଠାରୁ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ମୂହୂର୍ତ୍ତରେ ହୋଟେଲ ପ୍ରବନ୍ଧକ ଘଟଣା ବିଷୟରେ ସ୍ଥାନୀୟ ପୋଲିସକୁ ସୂଚନା ପ୍ରଦାନ କରିଥିଲେ।
ଅଭିଯୋଗ ପରେ ପୋଲିସ ପୁଜାଙ୍କୁ ଡାକି ହୋଟେଲ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଯେଉଁଥିରେ ବିଲ୍ ର ୨ ଲକ୍ଷ ଟଙ୍କା ପୂଜା ଦେଇଥିବା ବେଳେ ଆଉ ବାକି ବିଲ୍ ଦେବାପାଇଁ କିଛି ସମୟ ମାଗିଥିଲେ। ଏବେ ହୋଟେଲ ମଧ୍ୟ ପୁଜାଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ କିଛି ସମୟ ଦେଇଛନ୍ତି।
ଏହା ପ୍ରଥମଥର ନୁହଁ ଯେବେ ପୁଜା କୌଣସି ବିବାଦରେ ଫସିଛନ୍ତି। ଏହା ପୂର୍ବରୁ ମଧ୍ୟ ୨୦୧୧ ମସିହାରେ ତାଙ୍କୁ ନେଇ ଏକ ର୍ନିମାତଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ଏକ ବିବାଦ ଦେଖିବାକୁ ମିଳିଥିଲା।