ବଲିଉଡ୍ ଅଭିନେତା ଆଦିତ୍ୟ ପଞ୍ଚୋଲି ପୁଣି ଥରେ ବିବାଦରେ ଛନ୍ଦି ହୋଇପଡିଛନ୍ତି। ଏଥର ଆଦିତ୍ୟ ପଞ୍ଚୋଲିଙ୍କ ବିରୋଧରେ ଜଣେ କାର୍ ମେକାନିକ୍ ମୁମ୍ୱାଇର ଏକ ଥାନାରେ ଏଫ୍ଆଇଆର୍ ଦାୟର କରିଛନ୍ତି।
ଏଏନ୍ଆଇ ଟ୍ୱିଟ୍ ଅନୁସାରେ, କାର୍ ମେକାନିକ୍ ଜଣକ ଆଦିତ୍ୟଙ୍କ ଏକ ଖରାପ କାର୍କୁ ସଜାଡ଼ି ଥିଲେ। ଆଦିତ୍ୟଙ୍କର କାର୍ ଠିକ୍ କରିବା ପାଇଁ ୨ ଲକ୍ଷ ୮୨ ହଜାର ୧୫୮ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟଙ୍କା ଯେବେ ମେକାନିକ୍ ଜଣକ ମାଗିଥିଲେ, ତାଙ୍କୁ ଧମକ ମିଳିଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ମେକାନିକ୍ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, “ଆଦିତ୍ୟ ଠିକ୍ ସମୟରେ ଟଙ୍କା ଦେବେ ବୋଲି କହିଥିଲେ। କିନ୍ତୁ ଘରକୁ ଯିବା ପରେ ତାଙ୍କୁ ଫୋନ୍ ଓ ମେସେଜ୍ କଲା ପରେ ମଧ୍ୟ ଜବାବ ଦେଇ ନ ଥିଲେ।”
ଆଦିତ୍ୟ ପଞ୍ଚୋଲିଙ୍କ ପାଇଁ ଏ ସବୁ ନୂଆ ନୁହେଁ। ପୂର୍ବରୁ ମଧ୍ୟ ସେ ଏପରି ଅନେକ ବିବାଦରେ ଛନ୍ଦି ହୋଇଥିଲେ। ଅତୀତରେ ସେ କଙ୍ଗନା ରଣାୱତ୍ଙ୍କ ପାଇଁ ଚର୍ଚ୍ଚାରେ ରହିଥିଲେ। କଙ୍ଗନା ଏକ ଟିଭି ଇଣ୍ଟରଭ୍ୟୁରେ ଆଦିତ୍ୟଙ୍କ ଉପରେ ଆରୋପ ଲଗାଇଥିଲେ ଯେ, ଆଦିତ୍ୟ ତାଙ୍କୁ ଅସଦାଚରଣ କରିଥିଲେ ଓ ଏକ ଘରେ ବନ୍ଦ କରି ଦେଇଥିଲେ। ରିପୋର୍ଟ ଅନୁସାରେ କଙ୍ଗନା ଯେଉଁ ସମୟରେ ବଲିଉଡ୍ରେ ନିଜର ଏକ ସ୍ଥାନ ତିଆରି କରିବା ପାଇଁ ସଂଘର୍ଷ କରୁଥିଲେ, ସେହି ସମୟରେ ଆଦିତ୍ୟ ପଞ୍ଚୋଲିଙ୍କ ସହିତ ରିଲେସନ୍ସିପ୍ରେ ଥିଲେ ବୋଲି କୁହାଯାଏ।
ସେହିପରି ୨୦୧୫ରେ ଏକ ପବ୍ରେ ଝଗଡ଼ା କରିବା କାରଣରୁ ଆଦିତ୍ୟ ଗିରଫ ହୋଇଥିଲେ। ପବ୍ରେ ହିନ୍ଦୀ ଗୀତ ଲଗାଇବାକୁ ନେଇ ଆଦିତ୍ୟ ମାର୍ପିଟ୍ ଓ ଝଗଡ଼ା କରିଥିଲେ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା।
Sign in
Sign in
Recover your password.
A password will be e-mailed to you.