ରଣବୀର ସିଂହ ଓ ଦୀପିକା ପାଦୁକୋନ୍ ଗତ ନଭେମ୍ବର ୧୪ ଓ ୧୫ ତାରିଖରେ ବିବାହ କରିଛନ୍ତି। ସେମାନେ ବିବାହ ପରେ ହନିମୁନ୍ରେ ଯାଇନାହାନ୍ତି। ଏ ସଂପର୍କରେ ଦୀପିକା କହିଛନ୍ତି ଯେ, ରଣବୀରଙ୍କ ନୂଆ ସିନେମା ‘ସିମ୍ବା’ରିଲିଜ୍ ହେବା ପରେ ଦୁହେଁ ଏ ସଂପର୍କରେ ଚିନ୍ତା କରିବେ।
ତେବେ ବିବାହ ପରେ ଦୀପିକା ପାଦୁକୋନ୍ କ’ଣ ପରଦା ଉପରେ ଅନ୍ୟ ନାୟକମାନଙ୍କ ସହିତ ଚୁମ୍ବନ ଦୃଶ୍ୟ ଦେବେ? ଏ ସଂପର୍କରେ ଦୀପିକାଙ୍କୁ ପ୍ରଶ୍ନ କରାଯିବାରୁ ଦୀପିକାଙ୍କ ଉତ୍ତର ଥିଲା ‘ଛି’। ସେ କୌଣସି ଫିଲ୍ମ ସାଇନ୍ କରିବା ଆଗରୁ ‘ନୋ-କିସ୍’ର ସର୍ତ୍ତ ରଖିବେ ବୋଲି ପ୍ରଶ୍ନର ଉତ୍ତରରେ ଏହି ଗୋଟିଏ ଶବ୍ଦ କହିଥିଲେ।
ଅପରପକ୍ଷରେ ରଣବୀର ସିଂହ କହିଛନ୍ତି ଯେ, ସେ କେବେ ପରିବାର ବଢ଼ାଇବାର ଯୋଜନା କରିବେ , ତାହା ତାଙ୍କର ପତ୍ନୀ ଦୀପିକାଙ୍କ ଉପରେ ନିର୍ଭର କରେ। କାରଣ ଦୀପିକା ତାଙ୍କ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି। ଏପରିକି ଦୀପିକା ତାଙ୍କ ଅପେକ୍ଷା ଅଧିକ ପରିପକ୍ୱ ବୋଲି ବି କହିଛନ୍ତି ରଣବୀର ସିଂହ।
ଦୀପିକା ପାଦୁକୋନ୍ ମଧ୍ୟ ଖୁବ୍ ଶୀଘ୍ର ମେଘନା ଗୁଲଜାରଙ୍କ ନୂଆ ସିନେମାର ସୁଟିଂ ଆରମ୍ଭ କରିବେ। ସେ ଏହାର ପ୍ରଯୋଜିକା ବି ହେବେ। ଏହା ଏସିଡ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଜୀବନୀ ଉପରେ ଆଧାରିତ।
Sign in
Sign in
Recover your password.
A password will be e-mailed to you.
