Odia News Portal

ମ୍ୟୁଜିକ ଦୁନିଆରେ ପାଦ ଥାପିଲେ ଅକ୍ଷୟ କୁମାର, ଦେଖନ୍ତୁ ଏହି ଦମଦାର ଭିଡିଓ

ମୁମ୍ବାଇ () ପ୍ରଥମ ଥର ପାଇଁ ମ୍ୟୁଜିକ ଭିଡିଓ ଦୁନିଆରେ ପାଦ ଥାପିଛନ୍ତି ଆକ୍ସନ ଷ୍ଟାର ଅକ୍ଷୟ କୁମାର । ତାଙ୍କର ଡେବ୍ୟୁ ସଙ୍ଗ ଫିଲହାଲର ଟିଜର ରିଲିଜ୍ ହୋଇଛି। ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି।

 

https://youtu.be/DtFFNA78G6k

ଫିଲହାଲ ଗୀତରେ ଅକ୍ଷୟ ଆକ୍ସନ ଏବଂ କମେଡି ଓ ରୋମାଣ୍ଟିକ୍ ସିନରେ ଦେଖିବାକୁ ମିଳିଛନ୍ତି। ନଭେମ୍ବର ୯ରେ ସମ୍ପୂର୍ଣ୍ଣ ଗୀତଟି ରିଲିଜ୍ ହେବ। ଅକ୍ଷୟ କୁମାର, କୃତି ସେନନଙ୍କ ଭଉଣୀ ନୁପୁରଙ୍କ ସହ ନଜର ଆସିଛନ୍ତି। ଏହି ଟିଜରରେ ୟୁଟ୍ୟୁବରେ ରିଲିଜ୍ ହେଉ ହେଉ ମାତ୍ର ୨୨ ଘଣ୍ଟା ମଧ୍ୟରେ ୨୧ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି।