Odia News Portal

ଘର କିଣା ନିଶା ଆଲିଆଙ୍କୁ କଲା ଭକୁଆ

ବଲିଉଡର ଚୁଲବୁଲି ନାୟିକା ଆଲିୟା ଭଟ୍ଟ । ଦର୍ଶକଙ୍କୁ ଦେଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ମାତ୍ର ୬ ବର୍ଷର କ୍ୟାରିୟର ମଧ୍ୟରେ ଏତେ ସଫଳତା ହାସଲ କରିସାରିଛନ୍ତି ଯେ ଆୟ ମାମଲାରେ ଅନେକ ସିନିୟର୍ ଅଭିନେତ୍ରୀଙ୍କୁ ଟକ୍କର ଦେଉଛନ୍ତି ।
ଆଲିୟାଙ୍କ ଶେଷ ହିଟ୍ ସିନେମା ଥିଲା ରାଜି । ଆଗକୁ ଆସୁଛି ଗଲି ବୟ, ଯାହା ୧୪ ଫେବ୍ରୁଆରୀରେ ରିଲିଜ୍ ହେବ । ତେବେ ନୂଆ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି ଆଲିୟା । ହେଲେ ପଡିଯାଇଛନ୍ତି ଠକାମୀରେ । ଘର କିଣିବା ପରେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଶୁଣିଲେ ନିଶ୍ଚୟ ଅନୁତାପ କରିବେ ଆଲିୟା ।
ପ୍ରକୃତରେ ଅସଲ ମୂଲ୍ୟର ଦୁଇଗଣା ଟଙ୍କା ଦେଇଛନ୍ତି ଆଲିୟା । ଘରର ମୂଲ୍ୟ ୭.୮୬ କୋଟି ଥିବା ବେଳେ ଆଲିୟା ଦେଇଛନ୍ତି ୧୩ କୋଟି । ପ୍ରାୟ ୬ କୋଟି ଅଦିକ ଦେଇଛନ୍ତି ଆଲିୟା ଭଟ୍ଟ । ଏହି ଖବର ଜାଣିବା ପରେ ନିଶ୍ଚୟ ଭାବରେ ମୁଣ୍ଡରେ ହାତ ଦେଇଥିବେ ଆଲିୟା ।