Odia News Portal

ଆଲିଆ ପାଣି ଭିତରେ କଲେ ଏହି କାମ, ଜାଣିଲେ ହୋସ ଉଡିଯିବ

ମୁମ୍ବାଇ() ଚର୍ଚ୍ଚାରେ ଅଭିନେତ୍ରୀ ଆଲିଆ ଭଟ୍ଟ । ନିକଟରେ ସେ କିଛି ଫଟୋ ସୋଶାଲ୍ ମିଡିଆରେ ଶେଆର କରିଛନ୍ତି, ଯାହା ଭାଇରାଲ୍ ହେଉଛି। ଏହି ଫଟୋଗୁଡ଼ିକରେ ଆଲିଆଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଛି। ଫ୍ୟାନଙ୍କଠୁ ଆରମ୍ଭ କରି ବଲିଉଡ୍ ସେଲେବ୍ରିଟି ପର୍ୟ୍ୟନ୍ତ ସମସ୍ତେ ଆଲିଆଙ୍କ ଫଟୋରେ ଫିଦା ହୋଇଯାଇଛନ୍ତି।

ଏ ଫଟୋଗୁଡ଼ିକ ହେଉଛି ନିକଟରେ ସେ କରାଇଥିବା ଏକ ଅଣ୍ଡର ୱାଟର୍‌ ଫଟୋଶୁଟ୍‌ର। ଏଥିରେ ଆଲିଆ ମନୋକିନି ପିନ୍ଧି ବେଶ୍ ହଟ୍‌ ଏବଂ ଗ୍ଲାମରସ ଲାଗୁଛନ୍ତି। ଆଲିଆ ଏହି ଫଟୋଶୁଟ୍‌ VOGUE ପତ୍ରିକା ପାଇଁ କରାଇଛନ୍ତି। ତାଙ୍କ ଏହି ଫଟୋଗୁଡ଼ିକୁ ସମସ୍ତେ ବେଶ୍ ପସନ୍ଦ କରୁଛନ୍ତି ଓ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି।

ଏହାପୂର୍ବରୁ ଆଲିଆ ଆଉ ଏକ ଅଣ୍ଡର ୱାଟର୍‌ ଫଟୋଶୁଟ୍‌ର ଫଟୋ ଶେଆର କରିଥିଲେ। ଏଥିରେ ସେ ନିଓନ୍‌ କଲର୍‌ ଡ୍ରେସ୍‌ ପିନ୍ଧିଥିଲେ। ଆଲିଆ ଏହି ଡ୍ରେସ୍‌ରେ କୌଣସି ଜଳପରୀଠୁ କମ୍‌ ସୁନ୍ଦର ଲାଗୁ ନଥିଲେ।