୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢ଼ିଯାଇଛି। ଭାରତୀୟ କଳାକାରଙ୍କୁ ପାକିସ୍ତାନ ଯିବାକୁ ତଥା ପାକିସ୍ତାନ ସହ ଜଡ଼ିତ କୌଣସି ପ୍ରେଗ୍ରାମ୍ରେ ଯୋଗ ଦେବାକୁ ବାରଣ କରିଛି। ଆଉ ଏବେ ଫେଡେରେସନ୍ର ଟାର୍ଗେଟ୍କୁ ଆସିଛନ୍ତି ବଲିଉଡ୍ ଅନ୍ୟତମ ପ୍ରସିଦ୍ଧ ଗାୟିକା ଓ ଗାୟକ- ଅଲ୍କା ୟାଗ୍ନିକ୍, କୁମାର ସାନୁ ଓ ଉଦିତ୍ ନାରାୟଣ।
ଆସନ୍ତା ନଭେମ୍ବର ୧୭ରେ ଆମେରିକାରେ କିଛି ପାକିସ୍ତାନୀ ଆୟୋଜନ କରୁଥିବା କାର୍ୟ୍ୟକ୍ରମରେ ଗୀତ ଗାଇବାକୁ ଏହି ତିନି ଜଣଙ୍କୁ ନିମନ୍ତ୍ରଣ କରାଯାଇଛି। ଆଉ ଏ ନେଇ FWICE ସେମାନଙ୍କୁ ନୋଟିସ୍ ପଠାଇଛି। ସେହି ପ୍ରୋଗ୍ରାମରେ ଯୋଗ ନ ଦେବାକୁ ଫେଡେରେସନ୍ ପକ୍ଷରୁ ସେମାନଙ୍କୁ କୁହାଯାଇଛି।
ଏହି ତିନି ଜଣ ଗାୟକ,ଗାୟିକାଙ୍କ ପାଖକୁ ପଠାଯାଇଥିବା ପୃଥକ ପୃଥକ ନୋଟିସ୍ରେ ଲେଖାଯାଇଛି, ‘ସୂଚନା ମିଳିଛି ଯେ, ଆପଣ ଜଣେ ପାକିସ୍ତାନୀ ନାଗରିକ ମୋଜାମା ହୁସେନ୍ଙ୍କ ଦ୍ୱାରା ଆମେରିକାରେ ଆୟୋଜିତ ହେଉଥିବା ଏକ କାର୍ୟ୍ୟକ୍ରମରେ ଗୀତ ଗାଇବାକୁ ଯାଉଛନ୍ତି। FWICE ଆପଣଙ୍କୁ ନିବେଦନ କରୁଛି ଯେ ଆପଣ ଏହି ପ୍ରୋଗ୍ରାମରୁ ଓହରିଯାଆନ୍ତୁ।’