ସଂସ୍କାରି ବାପା ଆଲୋକ ନାଥ ନିଖୋଜ ଥିବା ଖବର ଏବେ ସାମ୍ନାକୁ ଆସିଛି । ଲେଖିକା-ପ୍ରଯୋଜିକା ଭିନ୍ତା ନନ୍ଦା ଅକ୍ଟୋବର ୧୭ରେ ମୁମ୍ବାଇର ଓଶିଓ୍ଵାରା ପୁଲିସ ଷ୍ଟେସନରେ ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଏଫ୍ଆଇଆର୍ ଦାୟର କରିବା ପରେ ମାମଲା ରୁଜୁ ହୋଇଥିଲା। ଏହି ଏଫ୍ଆଇଆର୍ରେ ଭିନ୍ତା ନନ୍ଦା ପ୍ରାୟ ୨୦ ବର୍ଷ ତଳେ ଆଲୋକ ନାଥ ତାଙ୍କୁ ଦୁଷ୍କର୍ମ କରିଥିବା ଦର୍ଶାଇଛନ୍ତି। ବର୍ତ୍ତମାନ ପୁଲିସ ଆଇପିସି ଧାରା ୩୭୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଓଶିଓ୍ଵାରା ପୁଲିସ ଷ୍ଟେସନ ପକ୍ଷରୁ ଆଲୋକ ନାଥଙ୍କୁ ସମନ ପଠାଯାଇଥିଲେ ମଧ୍ୟ ତାହା ସେ ଗ୍ରହଣ କରି ନାହାନ୍ତି।
ସୂଚନା ଅନୁସାରେ, ଆଲୋକ ନାଥଙ୍କ ମୁମ୍ବାଇ ସିନେମାରେ କେହି ପୁଲିସ ପକ୍ଷରୁ ସମନ ତାଙ୍କ ପାଖରେ ପହଞ୍ଚି ପାରିନାହିଁ। ପୁଲିସ ପକ୍ଷରୁ ଗଣମାଧ୍ୟମକୁ କୁହାଯାଇଛି କି,ଏହି ମାମଲାରେ ଆଲୋକ ନାଥଙ୍କ ବୟାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗତ ସପ୍ତାହରେ ତାଙ୍କ ଘରକୁ ସମନ ପଠାଯାଇଥିଲା କିନ୍ତୁ ସେ ଘରେ ନଥିଲେ। ଆମେ ଜାଣିନାହୁଁ ସେ ବର୍ତ୍ତମାନ କେଉଁଠି ଅଛନ୍ତି।