Odia News Portal

ଏହି ଅଭିନେତ୍ରୀଙ୍କୁ ନେଇ ନିଜ ଇଚ୍ଛା ପ୍ରକାଶ କଲେ ବିଗ ବି

ମୁମ୍ବାଇ() ବିଗ୍ ବି ଅମିତାଭ ବଚ୍ଚନ ‘ବଦ୍ଲା’କୁ ନେଇ ଖୁବ୍ ଖୁସି ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥିବା ଅଭିନେତ୍ରୀ ତାପ୍ସୀ ପନ୍ନୁଙ୍କ ପ୍ରଶଂସା କରି ଅମିତାଭ ବଚ୍ଚନ ତାଙ୍କୁ ଜଣେ କୁଶଳୀ କଳାକାର ବୋଲି କହିଥିବା ବେଳେ ଆଗକୁ ତାଙ୍କ ସହ ଫିଲ୍ମ କରିବାର ସୁଯୋଗ ପାଇଲେ ସେ ଖୁସି ହେବେ ବୋଲି ଜଣାଇଛନ୍ତି ।


ବିଗ୍ ବିଙ୍କ କହିବା ଅନୁଯାୟୀ, ‘ବଦ୍ଲା’ ଭଳି ରହସ୍ୟମୟ ଫିଲ୍ମରେ କାମ କରି ମୁଁ ବହୁତ ଖୁସି । ଏହାକୁ ରୋମାଞ୍ଚକ ଏବଂ ଆକର୍ଷକ କରିବାରେ ସବୁଠାରୁ ବଡ଼ ହାତ ନିର୍ଦ୍ଦେଶକ ସୁଜୟ ଘୋଷଙ୍କୁ ଯିବା ଦରକାର ।